#ନୃସିଂହ_ଜୟନ୍ତୀ#
ନୃସିଂହ ଗାୟତ୍ରୀ-
୧-ଉଗ୍ର ନୃସିଂହାୟ ବିଦ୍ମହେ ବଜ୍ରନଖାୟ ଧୀମହି ତନ୍ନୋ ନୃସିଂହ ପ୍ରଚୋଦୟାତ୍ ।
୨-ବଜ୍ରନଖାୟ ବିଦ୍ମହେ ତୀକ୍ଷ୍ଣଦଂଷ୍ଟ୍ରାୟ ଧୀମହି ତନ୍ନୋ ନାରସିଂହ ପ୍ରଚୋଦୟାତ୍ । (ତୈତିରୀୟ ଆରଣ୍ୟକେ)
୩-ନାରସିଂହାୟ ବିଦ୍ମହେ ନଖାୟୁଧାୟ ଧୀମହି ତନ୍ନୋ ହରିଃ ପ୍ରଚୋଦୟାତ୍ ।(ଯଜ୍ଞକଳ୍ପଦୃମେ)
୪-ବଜ୍ରକାୟାୟ ବିଦ୍ମହେ ନଖଦଂଷ୍ଟ୍ରାୟ ଧୀମହି ତନ୍ନୋ ନୃସିଂହଃ ପ୍ରଚୋଦୟାତ୍ ।
୫-ବଜ୍ରନଖାୟ ବିଦ୍ମହେ ତୀକ୍ଷ୍ଣଦଂଷ୍ଟ୍ରାୟ ଧୀମହି ତନ୍ନୋ ନୃହରିଃ ପ୍ରଚୋଦୟାତ୍ ।(ମ.ମହୋ)
୬-ନୃସିଂହାୟ ବିଦ୍ମହେ ତୀକ୍ଷ୍ଣଦଂଷ୍ଟ୍ରାୟ ଧୀମହି ତନ୍ନଃ ସିଂହଃ ପ୍ରଚୋଦୟାତ୍ ।
ଭାଗବତ-
ବ୍ରହ୍ମା ଉବାଚ
ନମସ୍ତେ ଅନନ୍ତ ମୂରତି । ଦୂରନ୍ତବୀର୍ଯ୍ୟ ତୋର ଶକ୍ତି । ।୧୮୦
ବିଚିତ୍ରବୀର୍ଯ୍ୟ ଶୁଦ୍ଧକର୍ମା । ଅଶେଷ ତୋହର ମହିମା । ।୧୮୧
ଗୁଣ-ସଂଯୋଗେ ଲୀଳାମତେ । ସଂସାର ସୃଷ୍ଟି-ସ୍ଥିତି-ଅନ୍ତେ । ।୧୮୨
ଅଶେଷ ଯାହାର ମହିମା । କେ କହିପାରେ ଗୁଣସୀମା । ।୧୮୩
ସେ ପ୍ରଭୁ ଚରଣାରବିନ୍ଦେ । ପ୍ରସନ୍ନ ଅର୍ଥେ ମୁହିଁ ବନ୍ଦେ । ।୧୮୪
ସେ ହରି ପ୍ରସନ୍ନ ହୁଅନ୍ତୁ । ସକଳେ ଅଭୟ ଦିଅନ୍ତୁ । ।୧୮୫।
ପ୍ରହ୍ଲାଦ ଉବାଚ
ଶୁଣ ହେ ପ୍ରଭୁ ଚକ୍ରଧର । ଏରୂପ ମହାଭୟଙ୍କର । ।୬୨
ଏବେ ଏ ଭୟରୂପ ହର । ଲୋକଙ୍କ ଭୟକୁ ସଂହର । ।୬୩
ଜିହ୍ୱା ଚଞ୍ଚଳ ସୌଦାମିନୀ । ପ୍ରଳୟାନଳ ନେତ୍ର ବେନି । ।୬୪
ଭ୍ରୂକୁଟୀ କୁଟୀଳ ପ୍ରଚଣ୍ଡ । ଦଂଷ୍ଟ୍ରା କରାଳ ପାଟିତୁଣ୍ଡ । ।୬୫
ଅସୁର-ହୃଦୟ-ରୁଧିରେ । ତା ଅନ୍ତ୍ର-ପୁଷ୍ପମାଳ କରେ । ।୬୬
କେଶର ଦିଶେ ଶୋଣି ବର୍ଣ୍ଣ । ରୁଧିରେ ରଙ୍ଗ ବେନି କର୍ଣ୍ଣ । ।୬୭
ତୁମ୍ଭର ଘୋରନାଦ ଶୁଣି । ପ୍ରଳୟ-ବଜ୍ର ପ୍ରାୟ ମଣି । ।୬୮
ଅଇରାବତ ଆଦି ନାଗେ । ପଳାଇଗଲେ ଅଷ୍ଟଦିଗେ । ।୬୯
ଅନଳ ପ୍ରାୟ ନଖପନ୍ତି । ଅସୁର ରୁଧିର ପିବନ୍ତି । ।୭୦
ଏମନ୍ତ ରୂପ ତୋର ଚାହିଁ । ଭୋ ନାଥ ମୋର ଭୟ ନାହିଁ । ।୭୧
ତୁ ନାଥ ଶରଣ-ବତ୍ସଳ । ଅବ୍ୟୟ ଆତ୍ମା ଆଦିମୂଳ । ।୭୨
ତୋର ସଂସାରଚକ୍ରେ ପଡ଼ି । ଆତ୍ମାର ନିଜ ପଥ ହୁଡ଼ି । ।୭୩
ସେ ମାୟାଚକ୍ର ମୋତେ ଘେନି । କାଳେ ଭ୍ରମାଇ ନାନା ଯୋନି । ।୭୪
ସ୍ୱକର୍ମବଦ୍ଧେ ମୋ ଜୀବନ । ଏଣୁ ହରାଇ ନିଜ ଜ୍ଞାନ । ।୭୫
ଏବେ ତୋହର ପାଦମୂଳେ । ଶରଣ ପଶିଲି ନିଶ୍ଚଳେ । ।୭୬
--ଜୟ ଜଗନ୍ନାଥ- ଶ୍ରୀକୃଷ୍ଣାର୍ପଣ ମସ୍ତୁ ।
Original image from “ Suruchi-public” –
32000 year of Narasimha (Lord Vishnu Avatar) found in Germany .
ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବୋତୋମୁଖଂ ।
ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ମୃତ୍ୟୋଂ ନମାମ୍ୟହମ୍ । ।
ଡ଼° ଡ଼° ଡ଼° ଦାରୁଦଣ୍ଡ° ବ୍ରହ୍ମଦଣ୍ଡ° ପ୍ରଦଣ୍ଡ°
ଡିମ୍ଫି ଡିମ୍ଫି ଡିଡିମ୍ଫିଡହସିକ ଡହସା ଝଙ୍କ ଝଙ୍କାର ଘୋର° ।
ତୁଲ୍ୟ ତୁଲ୍ୟ ତତୁଲ୍ୟ ଦଶନଖ ନଖକ° ସଙ୍କ ସଂକାକ୍ଷ କାକ୍ଷ
ସଂକାକ୍ଷ ବାଦ୍ୟନାଦ° ରହ ରୁହ ରୁରୂହ ପାତୁମା° ନରସିଂହ ।।..
ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ ।ଲୋକ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି ।
ପାଳନ ବିଧି...........
ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଜୟନ୍ତୀ ପାଳନ କରାଯାଏ । ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି । ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ । ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି। ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ (ବିସର୍ଜନ ପୂଜା ପରେ) ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ ।
ପୌରାଣିକ କିମ୍ବଦନ୍ତୀ........
ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାର ଫଳକଥା ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ । ବିଦ୍ୟାଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତି ଉଜାଗର ରହିଲେ । ଉକ୍ତ ଗଣିକା ମଧ୍ୟ ତାଙ୍କ ସହ ଉଜାଗର ରହିଲା । ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ । ପୁଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍ସରା ହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତ ପ୍ରହ୍ଲାଦ ରାଜା ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲେ । ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଉକ୍ତଦିବସରେ ପୁରୀ ଜଗନ୍ନାଥ ମନ୍ଦିରରେ ନୃସିଂହ ଜନ୍ମୋତ୍ସୋବ ପାଳନ କରାଯାଏ ।
कोई टिप्पणी नहीं:
एक टिप्पणी भेजें