*🌾ଆମ ଗୋ ଆଧାରିତ କୃଷି 🌾 ଭାଗ - ୩(କ)*
କୃଷି ପାଇଁ ସବୁଠାରୁ ମୂଳ ଦରକାରୀ ଉପାଦାନ କେଉଁଟା?? ଉତ୍ତର ଆସିବ ମଞ୍ଜି l ଯଦି ଆପଣଙ୍କୁ ପଚରାଯାଏ କେଉଁ ମଞ୍ଜି ସବୁଠୁ ଭଲ :- ହାଇବ୍ରିଡ଼ ନା ଦେଶୀ?? ହାଇବ୍ରିଡ଼ ମଞ୍ଜି ମଣିଷ କୃତ, ମଣିଷ ତାକୁ ଲୋଭ ବଶତଃ ତିଆରି କଲା ଯେପରିକି ସେ ମାଟି ଉପରେ ଅଧିକ ଅତ୍ୟାଚାର କରି ପଇସା ତିଆରି କରିପାରିବ l ନା ରହିଲା ସ୍ୱାସ୍ଥ୍ୟ ନା ରହିଲା ସ୍ୱାଦ ନା ରହିଲା ଭଲ ଗନ୍ଧ ତଥାପି ମଣିଷ ପଇସାକୁ ପ୍ରାଧାନ୍ୟ ଦେଇ ଏହାକୁ ଗୁରୁତ୍ୱ ଦେଇ ଚାଲିଲା l ପୂର୍ବ କାଳରେ ଧାନ ଗଛରେ ଏତେ ସବୁ ରୋଗ ରହୁନଥିଲା ଆଜି କାହିଁ ଏତେ ରୋଗ ଆସିଲା? ମଞ୍ଜିରୁ ନୁହେଁ ତ? ଉତ୍ତର ଖୋଜନ୍ତୁ... କଣ ଦେଶୀ ମଞ୍ଜି ଅଧିକ ଅମଳକ୍ଷମ ହେଇପାରିବ ନାହିଁ? ନା ଆଜି ପର୍ଯ୍ୟନ୍ତ ଆମେ ସତ୍ୟ ଜାଣିପାରିନାହୁଁ?? ଉତ୍ତର ଜାଣିବା ଆଜିର ଗୋ ଆଧାରିତ କୃଷି କଥାରୁ....
*ଦେଶୀ ବିହନର ଆବଶ୍ୟକତା*
👉 ପ୍ରକୃତିରୁ ସୃଷ୍ଟ ବିହନକୁ ଦେଶୀ ବିହନ କୁହାଯିବ l ଏହି ବିହନରେ ପଞ୍ଚମହାଭୁତ ଠିକ ନିୟନ୍ତ୍ରିତ ଅବସ୍ଥାରେ ଥାଏ l ତେଣୁ ମାଟି, ପାଣି ପବନ ସହିତ ଭଲ ଭାବରେ ମିଶି ପାରେ ଏବଂ ଯେଉଁ ଅନ୍ନ ଆମକୁ ଦିଏ ସେଥିରେ ଆମକୁ ରୋଗ ପ୍ରତିରୋଧ ଶକ୍ତି ମିଳେ l ହାଇବ୍ରିଡ଼ ଜିନିଷ ଏହାର ଓଲଟା କାମ କରେ l
👉 ଦେଶୀ ବିହନ ପରିବେଶ ସୁରକ୍ଷା କରେ l ମାଟିରୁ ଏକ ବୈଜ୍ଞାନିକ ଅନୁପାତ ରେ ଖାଦ୍ୟସାର ଗ୍ରହଣ କରେ ଯେପରିକି ମାଟିର ସ୍ୱାସ୍ଥ୍ୟ ଉର୍ବରକ ରହିବ l ହାଇବ୍ରିଡ଼ ମଞ୍ଜିରୁ ହେଇଥିବା ଗଛର ଚେର ମାଟି ଭିତରକୁ ଅଧିକ ଯାଏ ଏବଂ ଅଧିକ ପରିମାଣରେ ଖାଦ୍ୟସାର ଶୋଷିନିଏ l ଭବିଷ୍ୟତ ପାଇଁ କିଛି ରଖେ ନାହିଁ l
👉 ଦେଶୀ ବିହନ ପ୍ରାକୃତିକ ଦୁର୍ବିପାକ ବା ମରୁଡି ବା ବନ୍ୟା ସହିଷ୍ଣୁ ହୋଇଥାଏ l ଏଥିରେ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ଅଧିକ ଥାଏ l କିନ୍ତୁ ହାଇବ୍ରିଡ଼ରେ କେବଳ କିଛିଟା ରୋଗ ବା ପ୍ରାକୃତିକ ଦୁର୍ବିପାକକୁ ସହିବାର କ୍ଷମତା ଥାଏ ଯେଉଁଟା ତାରି ଭିତରେ ଫିଟ କରାଯାଇଥିବ l ଏହା ସବୁ ରୋଗ ବା ପୋକକୁ ପ୍ରତିରୋଧ କରିପାରେନାହିଁ l
👉 ଦେଶୀ ମଞ୍ଜି ମଧ୍ୟ ଅଧିକ ଅମଳକ୍ଷମ ହେଇପାରେ ଯଦି ଠିକ ଦେଶୀ ମଞ୍ଜି ବଛାଯାଏ ଏବଂ ତାକୁ ବୈଜ୍ଞାନିକ ହିସାବରେ ଚାଷ କରାଯାଏ l ମଞ୍ଜି ହେଉଛି ମୂଳ ଉତ୍ପାଦନ ବଢେଇବା ପାଇଁ l ଯଦି ରୋଗୀଣା ମଞ୍ଜି ନେବା ତାହେଲେ ତାହା ଭଲ ଶସ୍ୟ ଆମକୁ ଦେବ ନାହିଁ l ଯଦି ମଞ୍ଜିକୁ ପ୍ରଥମରୁ ହିଁ ଶକ୍ତିଶାଳୀ କରିଦେବା ତାହେଲେ ନିଶ୍ଚୟ ଏହା ଅଧିକ ଅମଳ ଦେବ l *ଆମର ପରବର୍ତ୍ତୀ ପୋଷ୍ଟରେ ଆସିବ ଅଗାଡି ବା ରୋଗୀଣା ମଞ୍ଜିକୁ କେମିତି ଅଲଗା କରିବେ ଭଲ ବିହନ ଠାରୁ l*
ସନ୍ଦେହ ହେଲେ ନିଶ୍ଚୟ ପଚାରିପାରିବେ.....
कोई टिप्पणी नहीं:
एक टिप्पणी भेजें